.ଗତକାଲି ରାତିରେ ନିଜ ସରକାରୀ କ୍ଵାଟରରେ “ED”ର ଡେପୁଟି ଡାଇରେକ୍ଟର ୨0ଲକ୍ଷ ଟଙ୍କା ଲାଞ୍ଚ ନେଲାବେଳେ ସିବିଆଇ ହାତରେ ଧରାପଡ଼ିଛନ୍ତି ସିବିଆଇ ପଞ୍ଝାରେ ଇଡିର ବରିଷ୍ଠ ଅଧିକାରୀ ତଥା “ଇଡିର” ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ… l ତେବେ ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟରେ କାର୍ଯ୍ୟରତ ‘ଇଡି’ର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀଙ୍କୁ ଧରିଲା ସିବିଆଇ… ଦୁର୍ନୀତି ମାମଲାରେ ଅନ୍ୟକୁ ବାନ୍ଧୁଥିବା ଅଧିକାରୀ ନିଜେ ଲାଞ୍ଚ ନେଇ ଧରା ପଡିଛନ୍ତି |
ଯାହା ସୂଚନା ରହିଛି ରତିକାନ୍ତ ରାଉତ ନାମକ ବ୍ୟକ୍ତିଙ୍କ ଠାରୁ ଖଣିଖାଦାନ ସମ୍ପର୍କିତ ଏକ ମାମଲାର ରଫାଦଫା କରିବା ପାଇଁ “ଇଡିର” ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ୫୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। କାରଣ ଆପଣମାନେ ଜାଣିଥିବେ ଗତ କିଛି ମାସ ପୂର୍ବେ ଏହି ରତିକାନ୍ତ ରାଉତଙ୍କ ଘରେ ଏବଂ ବ୍ୟବସାୟ ପ୍ରତିଷ୍ଠାନ ଉପରେ “ଇଡିର” ବଡ଼ ଧରଣର ରେଡ୍ ହୋଇଥିଲା… ତେବେ ସେହି ଘଟଣାର ରଫା ଦଫା କରିବା ପାଇଁ ୫0 ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ ଇଡିର ଏହି ଅଧିକାରୀ… ତେବେ ଲାଞ୍ଚ ଦେବାକୁଥିବା ବ୍ୟକ୍ତି ଜଣକ ଏନେଇ ସିବିଆଇରେ ଜଣାଇଥିଲେ l
ଯେତେବେଳେ ଏଭଳି ସୂଚନା ପାଇଥିଲା ସିବିଆଇ ସେତେବେଳେ ସେହି ସୂଚନା ଆଧାରରେ “ଇଡିର” ଏଭଳି ଲାଞ୍ଚୁଆ ଅଧିକାରୀଙ୍କୁ ଧରିବା ପାଇଁ ସ୍ୱତନ୍ତ୍ର “ବ୍ଲୁ ପ୍ରିଣ୍ଟ ” ପ୍ରସ୍ତୁତ କରିଥିଲା ସିବିଆଇ… ତେବେ ଚିନ୍ତନ ରଘୁବଂଶୀ ନିଜ ସରକାରୀ କ୍ଵାଟରରେ ପ୍ରଥମ କିସ୍ତିରେ ଠିକ୍ ୨୦ ଲକ୍ଷ ଟଙ୍କା ନେଉଥିବା ବେଳେ ଅତର୍କିତ ଚଢ଼ାଉ କରି ମାଡ଼ିବସିଥିଲା ସିବିଆଇ….
ତେବେ ଘଟଣାସ୍ଥଳରୁ ସିବିଆଇର ବରିଷ୍ଠ ଅଧିକାରୀମାନେ ରଙ୍ଗବୋଳା ୨୦ ଲକ୍ଷ ଟଙ୍କା ଜବତ କରିଛନ୍ତି। ଏହାସହିତ ଅଭିଯୁକ୍ତ ଚିନ୍ତନ ରଘୁବଂଶୀଙ୍କୁ ଏବେ ସିବିଆଇ ଅଜଣା ସ୍ଥାନରେ ରଖି ଅଧିକ ପଚରାଉଚୁରା କରିଥିବା ବେଳେ ତାଙ୍କୁ ଗିରଫ କରାଯାଇଥିବା ଯାହା ସୂଚନା ମିଳିଛି ବା କୁହାଯାଉଛି | ତେବେ “ଇଡିର” ଏହି ବରିଷ୍ଠ ଅଧିକାରୀ ଜଣଙ୍କ ହେଉଛନ୍ତି ୨୦୧୩ ବ୍ୟାଚର ଆଇ.ଆର.ଏସ୍ ଅଧିକାରୀ ତଥା ଇଡିର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ…ହେଲେ ଏନେଇ ବର୍ତ୍ତମାନ ସୁଧା CBI ପକ୍ଷରୁ କୌଣସି ସ୍ପଷ୍ଟ କରାଯାଇ ନାହିଁ |






